ଚିନ୍ତା ବଢାଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା : ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ …

ଦିନକୁ ଦିନ ଗଡୁଛି ମୁଣ୍ଡ…

ବ୍ରହ୍ମପୁର : କେତେ ବେଳ ଲୁଟ୍ ଡକାୟତି ତ ଆଉ କେତେ ବେଳେ ସିରିଜ୍ ଚୋରି, ସାଧାରଣ ଲୋକଙ୍କ ମନରେ ଭୟ ଜାଗୃତ କରୁଥ‌ିବା ବେଳେ ଆହୁରି ଚିନ୍ତା ଜନକ ପାଲଟିଛି ଦିଗପହଣ୍ଡି ଥାନା । ଗତ କିଛି ମାସ ଧରି ଦିଗପହଣ୍ଡି ଅଞ୍ଚଳ ରେ ଆଇନ ଶୃଖଳା ପରିସ୍ଥିତି ଏକ ପ୍ରକାର ଭୁସୁଡିବାକୁ ବସିଲାଣି। ପୋଲିସ କୁ ଖାତିର ନକରି ଅପରାଧୀ ଖୁବ ସକ୍ରିୟ ହେଉଥ‌ିବା ଜଣା ପଡୁଥ‌ିବା ବେଳେ କେଉଠି କ୍ଷମତା କୁ ନେଇ ତ ଆଉ କେଉଠି ପ୍ରତିସୋଧ ର ଜ୍ବାଳା ରେ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏହାରି ଭିତରେ ପଦାକୁ ଆସିଛି ଆଉ ଏକ ଲୋମହର୍ଷକ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଦୁଇଜଣ ଜୁବକ କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦେସ୍ୟ ରେ ଦୃବୁତ ମାନେ ପୋଡି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥୁବା

ଦେଖ‌ିବାକୁ ମିଳିଛି। ତେବେ ଅର୍ଦ୍ଧ ଦଗ୍ଧ ଦୁଇଟି ମୃତ ଦେହ ଠାବ ହେବା ପରେ ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତଦେହ ନିକଟ ବର୍ତି ଗ୍ରାମ ର ଲିଟ ପୁରୋହିତ ଓ ଶିବ ଗୌଡ଼ ବୋଲି ଜଣା ପରିଛି। ଶବ ନିକଟ ରୁ କିଛି ପ୍ରମାଣ କୁ ଦେଖୁ ମୃତକ ଙ୍କ ପରିବାର ଲୋକେ ଶବ କୁ ଚିହ୍ନଟ କରିଥିବା ବେଳେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ ତନା ଘନା ଆରମ୍ଭ କରିଛି ପୋଲିସ୍ । ସେ ଯାହାବି ହେଉ ବ୍ରହ୍ମପୁର ପୋଲିସ ଜିଲ୍ଲାର ଆଇନ ଶୃଙ୍ଖଳା ପୁରା ବିଗିଡ଼ିବାକୁ ବସିଲାଣି ଆଗକୁ ଅଛି ସାଧାରଣ ନିର୍ବାଚନ ଯଦି ଏବେ ଠାରୁ ଏହି ଅବସ୍ଥା ତେବେ ଆଗାମୀ ଦିନରେ କେତେ ଯେ ମୁଣ୍ଡ ନଗଡିବ କିଏ କହିଁ ପାରିବ l କିଛି ପୋଲିସ ଅଫିସର ଦୀର୍ଘ ଦିନ ହେଲା ଗୋଟିଏ ଥାନା ଚୌକି ମାଡି ବସିଥିବା ବି ଦେଖିବାକୁ ମିଳୁଛି ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଆମ ପୋଲିସ କୁ ସଦୃଢ଼ କରିବା ସହିତ ଲୋକଙ୍କୁ ସୁରକ୍ଷା ଦେବା ଦିଗରେ ଧ୍ୟାନ ଦେବା ଜରୁରୀ ବୋଲି ବୁଦ୍ଧି ଯିବି ତଥା ସାଧାରଣ ରେ ଦାବି ହେଉଛି…

nis-ad
Leave A Reply

Your email address will not be published.