ସ୍ୱାଭିମାନ ଅଞ୍ଚଳରେ ଅବ୍ୟବସ୍ଥା ଘେରରେ ପଣସପୁଟ ସରକାରୀ ଏସ୍ଏସ୍ ଡି ଉଚ୍ଚବିଦ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରେ ବିକାଶର ନୂତନ ବାର୍ତା ନେଇ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପଣସ ପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ । ପଣସପୁଟ ସରକାରୀ ବିଦ୍ୟାଳୟ 1963ମସିହା ଠାରୁ ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ଚାଲି ଆସୁଥିବା ବେଳେ ବର୍ତ୍ତମାନ ସ୍କୁଲର ରୁପ ରେଖ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ନିକଟରେ 5t ଅଧିନରେ ସ୍ଳୁଲ ରୂପାନ୍ତରିତ କରାଯାଇ ଥିବା ବେଳେ ହଷ୍ଟେଲ ଗୃହ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି ।

ଏଠାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ହଷ୍ଟେଲରେ ରହି ପାଠ ପଢ଼ିବା ବ୍ୟବସ୍ଥା ଥିବା ବେଳେ ସେମାନଙ୍କ ରହିବା ଘର ଗୁଡ଼ିକ ରେ ଏବେ ବର୍ଷା ଜଳ ଭର୍ତ୍ତି ହୋଇପଡୁଛି , କୋୖଣସି ଗୋଟିଏ ବି ଘର ଠିକ୍ ନାହିଁ ସବୁ ଘର ଗୁଡ଼ିକ ଛାତରୁ ଅନବରତ ପାଣି ଗଳୁଥିବା ବେଳେ ଛାତ ରୁ ସିମେଣ୍ଟ ଖଣ୍ଡ ସବୁ ଖସିବାରେ ଲାଗିଛି ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ କୋଉଠି ରହିବେ ଏବଂ କି ଭଳି ପାଠ ପଢିବେ ତାହା ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସ୍ବାଭିମାନ ଅଞ୍ଚଳ ର ବିକାଶରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ କିନ୍ତୁ ଏଠାର ଚିତ୍ର କିନ୍ତୁ ଏ ଭଳି ଦେଖିବାକୁ ମିଳିଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସ୍କୁଲ ଉପରେ ଦୃଷ୍ଟି ଦେଇ ଏହାର ସମାଧାନର କରିବାରେ ସହୋଯୋଗ କରନ୍ତୁ ବୋଲି ପଞ୍ଚାୟତ ବାସି ଅନୁରୋଧ କରିଛନ୍ତି ଯଦି ସ୍କୁଲ ର ଏଭଳି ଅବସ୍ଥା ଦୂର କରାନଯାଏ ଅନେକ ପିଲା ପାଠ ପଢ଼ାରେ ବାଧା ସୃଷ୍ଟି ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର କେବେ ଏହାର ସମାଧାନ କରିବାରେ ସଫଳ ହେବେ ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳ ବାସି ।

nis-ad
Leave A Reply

Your email address will not be published.