ଦିଦାୟୀ ଜନଜାତିଙ୍କ ୭ଦଫା ଦାବିପତ୍ରକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଦିଦାୟୀ ଜନଜାତି ଆଜି କୁଡୁମୁଲୁଗୁମ୍ମା କଲ୍ୟାଣ ମଣ୍ଡପଠାରେ ସମ୍ମିଳିତ ହେବାସହ, ଦିଦାୟୀ ଜନଜାତି ଙ୍କ ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବି

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର

ମାଲକାନଗିରି : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି । ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ

ବିଶ୍ୱ ପର୍ଯ୍ୟଟନ ଦିବସରେ ଶହଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ୍‌

ବାଲିଗୁଡା : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା

ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀମାନେ ୬ମାସ ହେବ ପାରିଶ୍ରମିକ ମିଳିନି; ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

କନ୍ଧମାଳ : ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ଜୀବିକା ମିଶନର

ଜିଦ୍‌ରେ ଅଟଳ ନର୍ସିଂ ସଂଘ: ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର ନର୍ସିଂ ସଂଘ ପୁଣି ଆନ୍ଦୋଳନ କରିଛି ।୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ

ବାପା, ପୁଅ ଓ ଝିଅଙ୍କୁ ଆଜୀବନ ଜେଲ୍‌ ସହ ଜରିମାନା

ଆସ୍କା : ୨୦୧୧ ମସିହାରେ ଘଟିଥିବା ବୀଭତ୍ସ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ହତ୍ୟା ଅଭିଯୁକ୍ତଙ୍କ ଭିତରୁ ଗୋଟିଏ ପରିବାରର ବାପା, ପୁଅ ଓ ଝିଅଙ୍କୁ ଆଜୀବନ ଜେଲ୍‌ ସହ ଜରିମାନା ଶୁଣାଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷିତ, ସମ୍ବର୍ଦ୍ଧିତ ହେବେ ୧୬ ଜଣ ବୈଜ୍ଞାନିକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୁରସ୍କାର ତାଲିକା ପ୍ରକାଶ ପାଇଛି` ଏଥିରେ ୫ଟି ବର୍ଗରେ ୧୬ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ ।କିଟ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଟେକ୍‌ନୋଲୋଜିର ପ୍ରଫେସର

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନେ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଏହି ବୈଠକରେ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥକୁ

ମହାଲକ୍ଷ୍ମୀ ହତ୍ୟା ଘଟଣା; କାଳ ରାତି କଥା ବଖାଣିଲେ ଅଭିଯୁକ୍ତର ଭାଇ

ଭୁବନେଶ୍ବର : ବେଙ୍ଗାଲୁରୁର ଭୟାଲିକାବାଲରେ ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ତା’ କୁ ହିଁ ନିର୍ମମ ଭାବେ ହତ୍ୟା କରି ଛୁରୀରେ ଖଣ୍ଡ ଖଣ୍ଡ କରିଦେଲେ ଅଭିଯୁକ୍ତ ମୁକ୍ତି ରଞ୍ଜନ। ମାତ୍ର ଏହା ପଛରେ କ’ଣ

ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ: ଜେପି ନଡ୍ଡା

ଭୁବନେଶ୍ବର : ବିଶ୍ୱରେ ଆଦର୍ଶରେ ଚାଲୁଥିବା ଗୋଟିଏ ମାତ୍ର ଦଳ ହେଉଛି ବିଜେପି । ଭାରତରେ ୫ ହଜାର ପାର୍ଟି, ୫୦ରୁ ଅଧିକ ଆକ୍ଟିଭ ପାର୍ଟି ଅଛି । ବିଜେପି ଏକମାତ୍ର କ୍ୟାଡର୍ ପାର୍ଟି, ଯାହାର ସଦସ୍ୟତା ପ୍ରଣାଳୀ ସବୁଠୁ ସ୍ୱଚ୍ଛ। ଏଠି ନେତାର ପୁଅ ନେତା ହୁଏନି, ଗ୍ରାଉଣ୍ଡରୁ ଆସୁଥିବା ବ୍ୟକ୍ତି