ନିର୍ବାଚନ ବେଳେ ଆତଙ୍କବାଦୀ ଆକ୍ରମଣ,୫ ପୁଲିସ କର୍ମୀ ମୃତ

v1

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ ଏବଂ ପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହା ଫଳରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା ।
ପାକିସ୍ତାନର ଖାଇବର ପଖ୍ତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ୩୦ ମିନିଟରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଗୁଳି ଚଳାଇବା ପୂର୍ବରୁ ଏକ ବିସ୍ଫୋରକ ଉପକରଣ ଲଗାଇଦେଇଥିଲେ। ଏହି ବିସ୍ଫୋରକ କାରକୁ ଉଡ଼ାଇ ଦେଇଥିଲା। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ହୋଇଥିବା ଦୁଇଟି ବିସ୍ଫୋରଣରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ସକାଳ ୮ଟାରୁ ମତଦାନ ଚାଲିଛି, ଯେଉଁଥିରେ ବହୁ ସଂଖ୍ୟକ ଲୋକ ମତଦାନ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗକୁ ସେନାର ସମର୍ଥନ ଥିବାରୁ ଏହା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.