୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା: ଫାଇଭ୍ ଟି ଅଧ୍ୟକ୍ଷ

vk

ଭୁବନେଶ୍ୱର : ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା । ବିଶ୍ବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ରେ ଯୋଗଦେଇ ଏହା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା- ନବଦିଗନ୍ତର ସମ୍ଭାବନା ଶୀର୍ଷକ ଆଲୋଚନାରେ ଯୋଗଦେଇ ଆଗାମୀ ୧୦ ବର୍ଷର ରୋଡମ୍ୟାପ ଉଲ୍ଲେଖ କରିଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶାର ସର୍ବଙ୍ଗୀନ ବିକାଶ ସାଧନ ହେବ। ଓଡ଼ିଶାରେ ସ୍ପିରିଚୁଆଲ ଗଭର୍ଣ୍ଣାନ୍ସ ଜାରି ରହିଛି । ସ୍ବଚ୍ଛତା, ନମ୍ରତା ଓ ଭଗବତ ବିଶ୍ବାସ ଆମର ମୂଳମନ୍ତ୍ର ବୋଲି କହିଛନ୍ତି ପାଣ୍ଡିଆନ। ୨୦୧୯ ପରେ ଓଡ଼ିଶାରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ୨୦୦୦ ମସିହାରେ ନିବେଶ କ୍ଷେତ୍ରରେ ଓଡ଼ିଶା ସବୁଠୁ ତଳେ ଥିଲା । ଏବେ ଓଡ଼ିଶା ଦେଶରେ ନିବେଶ କ୍ଷେତ୍ରରେ ୨ ନମ୍ବର ସ୍ଥାନରେଅଛି । ଦେଶର ପ୍ରଥମ ଗ୍ରୀନ ଆମୋନିଆ ପ୍ରୋଜେକ୍ଟ ଓଡ଼ିଶାରେ ରହିଛି । ରାଜସ୍ବ ଆଦାୟ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକନମ୍ବର ସ୍ଥାନରେ ଅଛି ।

ଏବେ ବଡ଼ବଡ଼ କମ୍ପାନୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଏବେ ସ୍ବପ୍ନ ପୂରଣ ହେବାର ସମୟ ଚାଲିଛି । କିଛି ଦିନ ତଳେ ଯାହା ଅକଳ୍ପନୀୟ ଥିଲା, ତାହା ଆଜି ସମ୍ଭବ ହୋଇଛି।  ଦିନେ ସମୟ ଆସିବ ଲୋକେ ଓଡ଼ିଶାରୁ ଶିକ୍ଷାଲାଭ କରିବେ । ଓଡ଼ିଶା ଅନ୍ୟମାନଙ୍କ ପାଇଁ ନୀତି ଆଦର୍ଶ ପାଲଟିବ । ୨୦୦୦ ମସିହା ଓ ବର୍ତ୍ତମାନ ସମୟରେ ହୋଇଥିବା ଉପଲବଧିକୁ ବଖାଣିଛନ୍ତି । କୋଭିଡର ସଫଳ ମୁକାବିଲା ନେଇ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ଓଡ଼ିଶାକୁ ବହୁତ ଆଗକୁ ନେଇଛି। ୨୨ ବର୍ଷ ଭିତରେ ଓଡ଼ିଶା ସବୁ କ୍ଷେତ୍ରରେ ବିକାଶ କରିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସବୁ କ୍ଷେତ୍ରରେ ଆମେ ବହୁତ ଆଗରେ ରହିଛୁ ବୋଲି ସେ କହିଛନ୍ତି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, କୃଷକ କଲ୍ୟାଣ ପାଇଁ ଯୋଜନା ହେଉଛି ।

nis-ad
Leave A Reply

Your email address will not be published.