ଗାଡି ଖାଇକୁ ଖସି ପଡ଼ିବାରୁ ୭ ମୃତ, ୭ ଆହତ

accident-750x430

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରେ ବୁଧବାର ଏକ ଗାଡି ଭାରସାମ୍ୟ ହରାଇ ଘାଟି ଉପରୁ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛ ଏବଂ ୭ ଜଣ ଆହତ ହୋଇଛନ୍ତି।

ଆଜି ଅପରାହ୍ନରେ ଉତ୍ତର କଶ୍ମୀର ଜିଲ୍ଲାର ଉରିର ବୋନିଆର ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା।

କଶ୍ମୀରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ପଲ୍‌ ସିଂହ କହିଛନ୍ତି ଯେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତଦେହଗୁଡ଼ିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ବାରାମୁଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

nis-ad
Leave A Reply

Your email address will not be published.