ଓଡ଼ିଆ କଳାକାର ଭାଗବତ ପ୍ରଧାନ, ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର…

a

ଭୁବନେଶ୍ବର: ଭାରତ ସରକାର ୨୦୨୪ ମସିହା ପାଇଁ ସମ୍ମାନ ଜନକ ପଦ୍ମପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତାଲିକାରେ ୨ ଜଣ ଅଛନ୍ତି। ଏହି ଦୁଇ ପ୍ରତିଭା ହେଲେ ଶବ୍ଦ ନୃତ୍ୟର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଲୋକନାଟକ ‘କୃଷ୍ଣ ଲୀଲା’ କଳାକାର ଗୋପୀନାଥ ସ୍ବାଇଁ।
୮୫ ବର୍ଷୀୟ ଶବ୍ଦ ନୃତ୍ୟ କଳାକାର ଭାଗବତ ପ୍ରଧାନ ବରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି। ଦୀଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟ କରି ଏହି କଳାକୁ ଲୋକପ୍ରିୟ କରିବାରେ ବଡ଼ ଭୂମିକା ତୁଲାଇଛନ୍ତି। ସେ ନିଜସ୍ବ ଉଦ୍ୟମରେ ୬୦୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନୃତ୍ୟ ତାଲିମ ଦେଇଛନ୍ତି। ୧୯୬୦ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆର୍ଥିକ ସଂକଟ ଦେଇ ଜୀବନ ଅତିବାହିତ ହୋଇଥିଲେ ମଧ୍ୟ କଳାର ପ୍ରଚାର ପ୍ରସାର ପାଇଁ କେବେ ଅବହେଳା କରି ନଥିଲେ।

nis-ad
Leave A Reply

Your email address will not be published.