ଶ୍ରୀ କୃଷ୍ଣ – ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀମାନଙ୍କ ସହ ରାଧା ନାରାଜ । ସେମାନେ ବାଟ ଓଗାଳି ଥିଲେ । ତେବେ ଅନେକ ବୁଝାଶୁଝା ପରେ ଅଶ୍ରୃଳ ବିଦାୟ ଦେଇଛନ୍ତି ଦୁଇ ଭାଇଙ୍କୁ । ଅନ୍ୟପଟେ ମଥୁରାରେ ମହାରାଜ କଂସ ନଗର ଭ୍ରମଣ କରି ଆମ୍ରବନରେ ମୁନି ଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି । ଏପଟେ ବାଟରେ ରାଧାଙ୍କ ସମେତ ଗୋପାଙ୍ଗନାମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ମଥୁରା ଯିବା ପାଇଁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଚ୍ଛିତ ହୋଇ ପଡିଛନ୍ତି । ତେବେ କୃଷ୍ଣ – ବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେବା ପରେ ସେମାନଙ୍କୁ ବାଟ ଛାଡ଼ିଛନ୍ତି । ଶେଷରେ ଗୋପାଙ୍ଗନାମାନେ ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ।