ପ୍ରକୃତରେ କର୍ଣ୍ଣାଟକ ଗଡଗ ଜିଲ୍ଲାର ଜଣେ ଯୁବକ ରାମ ମନ୍ଦିରର ଫଟୋକୁ ଏଡିଟ୍ କରି ସେଥିରେ ପାକିସ୍ତାନର ତିନୋଟି ପତକା ଲଗାଇଛନ୍ତି। କେବଳ ସେତିକି ନୁହେଁ ଏହା ଉପରେ ବାବ୍ରି ମସଜିଦ ମଧ୍ୟ ଲେଖି ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ହିନ୍ଦୁ ସଙ୍ଗଠନ ରାଗି ଯାଇଛି। ଉକ୍ତ ଭାଇରାଲ ଫଟୋକୁ ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଆଧାରରେ ପୁଲିସ ଆକ୍ସନ ମୁଡ୍କୁ ଆସିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ମାହୋଲ ବିଗାଡିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ଉକ୍ତ ପୋଷ୍ଟକୁ ପୁଲିସ ଡିଲିଟ୍ କରିଦେଇଛି। ଗିରଫ ଯୁବକକୁ ପୁଲିସ ପଚରାଉଚରା ଜାରି ରଖିଛି।
ଗଡଗ ଏସ୍ପି ବାବାସାବ ନେମାଗୌଡଙ୍କ କହିବା ମୁତାବକ, ଗିରଫ ଅଭିଯୁକ୍ତର ନାଁ ତାଜୁଦ୍ଦିନ ଦାଦେଦାର। ସେ ଗଡଗ ଜିଲ୍ଲାର ବାସିନ୍ଦା। ତାକୁ ଗିରଫ କରାଯାଇଛି। ସେ କାହିଁକି ଏଭଳି ପୋଷ୍ଟ କରିଥିଲା ସେ ନେଇ ତଦନ୍ତ ଜାରି ରହିଛି।