ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…

Kharge

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଖଡଗେଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଖଡ଼ଗେ ମନ୍ତ୍ର ଦେବେ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ୨୯ ତାରିଖରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡଗେ ।
କାର୍ଯ୍ୟକ୍ରମରେ ଓଡିଶାର ବୁଥ୍ କମିଟି, ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ସହ ୫୦ ହଜାର ଲୋକ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପିର ଦୁର୍ନୀତି, ନିର୍ବାଚନ ସମୟରେ ଅର୍ଥ ଓ ବାହୁବଳର ପ୍ରତିହତ ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ଏହାକୁ ନେଇ ଜାତୀୟ ନେତା ଓଡିଶା ମୁହାଁ ହେଲେଣି । ଆଗାମୀ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ ।

nis-ad
Leave A Reply

Your email address will not be published.