ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ

naxal

ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା ।
ଯେଉଁ ସୂଚନା ଆଧାରରେ ଆରମ୍ଭ ହୋଇଥିଲା ଅପରେସନ । ପାହାଡ ଉପରେ ବେଶ କିଛି ସମୟ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ । ଶେଷରେ ପୁଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜାପୁର ପୁଲିସ ।

nis-ad
Leave A Reply

Your email address will not be published.