ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ…

us

ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହେବା ପରେ ନୂଆ ଶୀତଋତୁ ଆଡଭାଇଜରି ଜାରି ହୋଇଛି ।

ସେହିପରି ଓରେଗନରେ ବରଫ ଝଡ଼ରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବରଫ ଝଡ ଯୋଗୁ ଅନେକ ବିମାନ ବିଳମ୍ବିତ କିମ୍ବା ବାତିଲ ହୋଇଥିବା ବେଳେ ବହୁ ସ୍କୁଲ ଓ ଅଫିସ ବନ୍ଦ ରହିଛି । ଆଗାମୀ ଦିନରେ ବରଫ ଝଡ ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.