ଯୁଦ୍ଧର ଦ୍ବାରଦେଶରେ ଇରାନ-ପାକିସ୍ତାନ ! ଇରାନ ଉପରେ ଜବାବୀ ଆକ୍ରମଣ କଲା ପାକିସ୍ତାନ…

Add-a-subheading-2-1024x614

ଇସ୍ଲାମାବାଦ : ଇରାନ ପକ୍ଷରୁ ପାକିସ୍ତାନୀ ଅଂଚଳ ଉପରେ କରାଯାଇଥିବା ଆକ୍ରମଣର ୪୮ ଘଣ୍ଟା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ ସେନା ।
ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଗୁରୁବାର ସକାଳେ ପାକିସ୍ତାନ ସାମରିକ ଆକ୍ରମଣ କରି ୯ ଜଣଙ୍କୁ ହତ୍ୟା କରିଛି। ଏହି ଘଟଣା ପରେ ପାକିସ୍ତାନ ଓ ଇରାନ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଇରାନକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛି ଏବଂ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା କୁ ଆହୁରି ବଢ଼ାଇବା ଭଳି ଆଉ କୌଣସି ପଦକ୍ଷେପ ନ ନେବାକୁ ଅନୁରୋଧ କରିଛି। ଏହା ସହିତ ଇରାନକୁ ଏକ ମିତ୍ର ଦେଶ ବୋଲି କହିଛି ପାକିସ୍ତାନ ।
ବୁଧବାର ବେଲୁଚିସ୍ତାନରେ ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ କଠୋର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଗତକାଲି ପାକିସ୍ତାନର (ବୁଧବାର) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବା ସହ ସମସ୍ତ ଦ୍ୱିପାକ୍ଷିକ ଗସ୍ତକୁ ସ୍ଥଗିତ ରଖିଥିଲା ।
ଅନ୍ୟପକ୍ଷରେ ଇରାନର ସରକାରୀ ନିୟନ୍ତ୍ରିତ ନ୍ୟୁଜ ଏଜେନ୍ସି ଇରନା ଅନୁସାରେ ପାକିସ୍ତାନ ପକ୍ଷରୁ ଇରାନର ଦକ୍ଷିଣ-ପୂର୍ବରେ କରାଯାଇଥିବା ଆକ୍ରମଣରେ ୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ସେମାନେ କେହି ଇରାନର ନାଗରିକ ନାହାନ୍ତି ।

nis-ad
Leave A Reply

Your email address will not be published.