ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସାମଗ୍ରୀ ‌ନେଇ ଅଯୋଧ୍ୟା ଯାଉଥିବା ଗାଡ଼ି ଦୁର୍ଘଟଣାଗସ୍ତ; ୨ମୃତ, ୫ଜଣ ଆହତ

Untitled-1 copy

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବସ୍ତିର ସଦର କୋତବାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଡିସିଏମରେ ବସି ୭ଜଣ ଲୋକ ‌ଗୋରଖପୁରରୁ ବାଉଁଶ ନେଇ ଜାନୁଆରି ୨୨ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ନେଇ ଯାଉଥିଲେ। ଏହି ସମୟରେ ଗାଡ଼ି ଏକ ପୋଲ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ମୃତକଦ୍ବୟଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଜଣାଇବ‌ା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ପୁଲିସକୁ ସାହାଯ୍ୟ କରିଥିଲେ।

ଏହି ଦୁର୍ଘଟଣାକୁ ନେଇ ପୁଲିସ ଇନ୍ସପେକ୍ଟର ଓପି ସିଂହ କହିଛନ୍ତି, ‘ଗୋରଖପୁରରୁ ତିନିଟି କର୍ମସିଆଲ ଗାଡ଼ି ଯାଉଥିଲା। ଏଥିମଧ୍ୟରୁ ଗୋଟିଏ ଗାଡ଼ିରେ ବାଉଁଶ ଆବଶ୍ୟକତାରୁ ଅଧିକ ରଖାଯାଇଥିଲା। ଯେଉଁ କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ମୃତକଙ୍କ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏଥିସହିତ ଯେଉଁ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ଅବସ୍ଥା ଏବେ ବିପଦମୁକ୍ତ ଅଛି। ମୃତକ ଦ୍ବୟଙ୍କ ନାମ ଗୁପ୍ତା ଓ ଶିବକରନ ବୋଲି ଜଣାପଡ଼ିଥିବା ବେଳେ ୫ ଗୁରୁତରଙ୍କ ନ‌ାମକ ଚନ୍ଦ୍ରକେଶ, ସଚିବ, ରାମରାଜ ବେଜୁ, ରାଜେଶ ମିଶ୍ରା ରହିଛି।’

nis-ad
Leave A Reply

Your email address will not be published.