ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଟ୍ରକ୍ରେ ନିଆଁ ଲାଗିଥିଲା। ଟ୍ରକ୍ଟିରେ ବିପୁଳ ବାଣ ଲଦା ହୋଇଥିଲା। ଏହା ତାମିଲନାଡୁରୁ ଅଯୋଧ୍ୟାକୁ ଯାଉଥିଲା। ତେବେ ଟ୍ରକ୍ରେ ନିଆଁ ଲାଗିବା ପରେ ୨ ଘଣ୍ଟା ଯାଏଁ ବାଣ ବିସ୍ଫୋରଣ ହୋଇଥିଲା। ଫଳରେ ଉନ୍ନାଓ-ପୂରବା ଜାତୀୟ ରାଜପଥରେ ଟ୍ରାକ୍ ଜାମ ସୃଷ୍ଟି ହୋଇଥିଲା। ସେପଟେ ଆତସବାଜି ଯୋଗୁ ରାସ୍ତା କଡରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା।
ପରେ ଖବର ପାଇ ଘଟଣାସ୍ଥଲର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ କେଉଁ କାରଣ ଯୋଗୁ ଟ୍ରକ୍ରେ ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ଏଥିସହ ଏହି ଘଟଣାରେ କେହି ମୃତାହତ ମଧ୍ୟ ହୋଇନାହାନ୍ତି । ଉଲ୍ଲେଖଯୋଗ୍ୟ, ଆସନ୍ତା ୨୨ ତାରିଖରେ ଆଯୋଧ୍ୟ ରାମ ମନ୍ଦିରର ଉଦ୍ଘାଟନ ହେବ। ମନ୍ଦିର ଭିତରେ ରାମଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ପୂରା ଦେଶ ଉତ୍ସବ ମୁଖର ହୋଇପଡିଛି। ଏହି ଉତ୍ସବ ପାଇଁ ଉକ୍ତ ଟ୍ରକ୍ରେ ବାଣ ଯାଉଥିଲା ବୋଲି ସନ୍ଦେହ କୁହାଯାଉଛି।