ସର୍ଜିକାଲ ଷ୍ଟ୍ରାଇକ୍ ପରେ ଖରାପ ହେଲା ପାକିସ୍ତାନ-ଇରାନ ସଂପର୍କ…

GEBTMAjb0AAoxyi-750x430

ଇସ୍ଲାମାବାଦ: ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଏହା ସହିତ ପାକିସ୍ତାନରେ ଅବସ୍ଥାପିତ ଇରାନୀ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରାଯାଇଛି । ଇରାନ ଦ୍ୱାରା ପାକିସ୍ତାନର ସାର୍ବଭୌମତ୍ୱ ଉପରେ ବିନା କୌଣସି କାରଣରେ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଲକ୍ଷ୍ୟ ଏବଂ ନୀତି ଏବଂ ମିଳିତ ଜାତିସଂଘର ଚାର୍ଟରର ଉଲ୍ଲଂଘନ ବୋଲି ବିବୃତିରେ କୁହାଯାଇଛି।

ପାକିସ୍ତାନ କହିଛି ଯେ ଏହି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାର କୌଣସି ଯଥାର୍ଥତା ନାହିଁ। ଏହି ବେଆଇନ କାର୍ଯ୍ୟର ଜବାବ ଦେବାର ଅଧିକାର ପାକିସ୍ତାନ ପାଖରେ ରହିଛି। ଏହାର ପରିଣାମ ସମ୍ପୂର୍ଣ୍ଣ ଭାବେ ଇରାନ ଉପରେ ରହିବ ବୋଲି ପାକିସ୍ତାନ କହିଛି।

ସୂଚନାଯୋଗ୍ୟ ଯେ, ନିକଟରେ ଇରାନ ପକ୍ଷରୁ ବେଲୁଚିସ୍ତାନ ପ୍ରଦେଶରେ ସୁନ୍ନି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଟାର୍ଗେଟକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ଇରାନୀ ଆକ୍ରମଣରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ-ଅଲ୍-ଅଲ୍-ଆଦଲର ଦୁଇଟି ଟାର୍ଗେଟକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହାର ଭୟାବହ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନ ଇରାନକୁ ଚେତାବନୀ ଦେଇଛି।

nis-ad
Leave A Reply

Your email address will not be published.