ମୋତେ ଅଯୋଧ୍ୟା ଯିବାକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ : କେଜ୍ରିଓ୍ବାଲ

WhatsApp-Image-2024-01-17-at-20.23.55-750x430

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେଉଛି । ଏଥିପାଇଁ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ନେତା, ଅଭିନେତା ଓ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ସେପଟେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିମନ୍ତ୍ରଣକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ନିମନ୍ତ୍ରଣ ଦେବାକୁ କିଛି ଲୋକ ଆସିବେ ବୋଲି ଏକ ଚିଠି ଆସିଥିଲା କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଆସିନାହାନ୍ତି କି ମୋତେ ନିମନ୍ତ୍ରଣ ମିଳିନାହିଁ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି କହିଛନ୍ତି, “ମୁଁ ମୋ ପତ୍ନୀ, ପିତାମାତା ଏବଂ ପିଲାମାନଙ୍କ ସହିତ ଯିବାକୁ ଚାହୁଁଛି। ମୋ ପିତାମାତା ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି । “ମୋତେ ୨୨ ତାରିଖରେ ମୋର କାର୍ଯ୍ୟସୂଚୀ ଖାଲି ରଖିବାକୁ କୁହାଯାଇଥିଲା କିନ୍ତୁ ଏହା ପରେ ଏପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ଆସିନାହିଁ । ସେହି ଚିଠିରେ ଲେଖାଯାଇଥିଲା ଯେ ସୁରକ୍ଷା ଓ ଭିଆଇପି ଗତିବିଧି ଦୃଷ୍ଟିରୁ କେବଳ ଜଣେ ବ୍ୟକ୍ତି ଆସିବାକୁ ପଡ଼ିବ। ଏଣୁ ମୁ୍ଁ ୨୨ ତାରିଖ ପରେ ସପରିବାର ଅଯୋଧ୍ୟା ଯିବି ।

ସୂଚନାଯୋଗ୍ୟ ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଅଧିକାଂଶ ଦଳ ସେଠାକୁ ନଯିବାକୁ ଘୋଷଣା କରିଛନ୍ତି ।

nis-ad
Leave A Reply

Your email address will not be published.