ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଆସନ୍ତାକାଲି ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ…

Jagannath-1-e1686639093930

ପୁରୀ  : ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ସବୁ ଜିଲ୍ଲାକୁ ପୁରୀକୁ ଗଡ଼ିବ ଲକ୍ଷ୍ମୀ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଏନେଇ ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀକ୍ଷେତ୍ରକୁ ଯିବା ଆସିବା ପାଇଁ ଶ୍ରଦ୍ଧାଳୁ ଆଉ ସମସ୍ୟା ଭୋଗିବେ ନାହିଁ । ଆରାମଦାୟକ ଶୀତତାପ ନିୟନ୍ତ୍ରିତ ବସରେ ଭକ୍ତମାନେ ପୁରୀକୁ ଯାତ୍ରା କରିବେ ।

ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ରକୁ ଏହି ବସ୍ ସେବା ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ବରରେ ୧୫ଟି ନୂଆ ଭୋଲଭୋ ବସ୍ ପହଞ୍ଚି ସାରିଛି । ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ଦ୍ବିତୀୟ ପ୍ରଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଓ ତୃତୀୟ ପର୍ଯ୍ୟାୟରେ ସହରରୁ ଭାୟା ଭୁବନେଶ୍ବର ଦେଇ ପୁରୀକୁ ଆରମ୍ଭ ହେବ ବସ୍ ସେବା ।

nis-ad
Leave A Reply

Your email address will not be published.