ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସପ୍ତମ ଶ୍ରେଣୀ ଛାତ୍ରୀ, ଗୁରୁତର ଅବସ୍ଥାରେ ଏମ୍‌କେସିଜିରେ ଭର୍ତ୍ତି…

mkcg-medical-700x430

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶ୍ରେଣୀର ରାଣୀ ଭୁୟା ।  କ’ଣ ପାଇଁ ଏବଂ କାହିଁକି ବିଷ ପିଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

ସେ ସ୍କୁଲର ଖାଇବା ଛୁଟିରେ ବ୍ୟାଗରେ ନେଇଥିବା ଏକ ବିଷ ବୋତଲରୁ ବିଷ ପିଇ ଦେଇଥିବା ଜଣେ ସହପାଠୀ ଦେଖି ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଣାଯାଇଥିଲା । ହେଲେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ବିଷ ସ୍କୁଲକୁ ଆସିଲା କେମିତି ତା ଉପରେ ତଦନ୍ତ କରାଯିବ ।  ଆଗାମୀ ଦିନରେ ଏହା ଉପରେ ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଜାଗ ରହିବାକୁ ହେବ । ଅଭିଭାବକମାନଙ୍କୁ ଏ ନେଇ କାଉନସେଲିଂ କରାଯିବ ବୋଲି ବିଇଓ କହିଛନ୍ତି ।

nis-ad
Leave A Reply

Your email address will not be published.