ଲେପାକ୍ଷୀ ସେହି ସ୍ଥାନ ବୋଲି ବିଶ୍ୱାସ କରାଯାଏ, ଯେଉଁଠାରେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଯିବା ସମୟରେ ଜଟାୟୁ ତାଙ୍କୁ ପିଛା କରି କରି ଯାଇଥିଲା। ପ୍ରଭୁ ରାମ ଯେତେବେଳେ ଦେବୀ ସୀତାଙ୍କୁ ଖୋଜି ସେଠାରେ ପହଞ୍ଚିଥିଲେ, ଜଟାୟୁ ଅପହରଣ ବାବଦରେ ପ୍ରଭୁ ରାମଙ୍କୁ ସୂଚନା ଦେଇ ସେହିଠାରେ ପ୍ରାଣ ହରାଇଥିଲା। ଉକ୍ତ ସ୍ଥାନରେ ପ୍ରଭୁ ରାମ ଜଟାୟୁଙ୍କୁ ମୋକ୍ଷ ପ୍ରଦାନ କରିଥିଲେ ବୋଲି କୁହାଯାଏ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, ସେହି ସ୍ଥାନରେ ହିଁ ଜଟାୟୁଙ୍କ ମନ୍ଦିର ସ୍ଥାପନ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ଥିବାବେଳେ ପ୍ରଧାନମନ୍ତ୍ରୀ ଜଟାୟୁଙ୍କ ଦର୍ଶନ କରିଛନ୍ତି।
ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ଆଜିଠାରୁ ଆନ୍ଧ୍ରପ୍ରଦେଶ ଏବଂ କେରଳ ଗସ୍ତରେ ଅଛନ୍ତି। ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ବୁଧବାର ପ୍ରଧାନମନ୍ତ୍ରୀ ମୋଦି କେରଳର ଗୁରୁଭୟୁର ଏବଂ ଥ୍ରିପ୍ରୟାର ଶ୍ରୀ ରାମସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।