ପୁଣି ବାଚସ୍ପତିଙ୍କ ଦ୍ବାରା ନିଜ ବିଧାୟକମାନଙ୍କୁ ଅଯୋଗ୍ୟ ଘଟଣା କରିବାକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ୍ କରିଛି ସିନ୍ଦେ ଗୋଷ୍ଠୀ ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା ପରସ୍ପରର ବିଧାୟକଙ୍କ ବିରୋଧରେ ଦାଖଲ କରିଥିବା ଅଯୋଗ୍ୟତା ଆବେଦନକୁ ବାଚସ୍ପତି ବୁଧବାର ଖାରଜ କରିଦେଇଥିଲେ । ଏହି ସମୟରେ ନାର୍ଭେକର କହିଥିଲେ ଯେ ସିନ୍ଦେଙ୍କ ଶିବସେନା ହିଁ ପ୍ରକୃତ ଶିବସେନା। କାରଣ ନିର୍ବାଚନ ଆୟୋଗ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏଭଳି ସ୍ଥିତିରେ ବିଧାୟକଙ୍କ ସଦସ୍ୟତା ବଜାୟ ରହିବ। ଏହି ନିଷ୍ପତ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ଥିଲା।
ବାଚସ୍ପତି ରାହୁଲ ନାର୍ଭେକରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି ଏକନାଥ ସିନ୍ଦେ କହିଥିଲେ ଯେ ଆମ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ଆମେ ଏହା ପୂର୍ବରୁ କହିଛୁ । ସେପଟେ ଉଦ୍ଧବ ଠାକରେ ଓ ଶିବସେନା ନେତା ସଞ୍ଜୟ ରାଉତ ଟାର୍ଗେଟ କରି କହିଥିଲେ ଯେ ଆମେ ସୁପ୍ରିମକୋର୍ଟ ଯିବୁ ।