କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର…

cuttack-4

କଟକ : ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ । କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର । ଗତ ସାତ ତାରିଖ ଦିନ କଟକ ଗସ୍ତ ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଣିଆବନ୍ଧର ବୁଣାକାରଙ୍କୁ ‘ ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ‘ ଯୋଜନାରେ କଟକ ରେଳ ଷ୍ଟେସନରେ ମାଣିଆବନ୍ଧ ହସ୍ତତନ୍ତ ଉତ୍ପାଦ ବିକ୍ରୟର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାର ୫ ଦିନ ପରେ କଟକ ଷ୍ଟେସନରେ ମାଣିଆବନ୍ଧ ଶାଢ଼ି ବିକ୍ରି ଆରମ୍ଭ ହୋଇଛି ।

ଗତକାଲି ନିଜେ ରେଳମନ୍ତ୍ରୀ କଟକ ରେଲୱେ ଷ୍ଟେସନର ଏହି ଷ୍ଟଲ ବୁଲି ଦେଖିଥିଲେ । ପ୍ରାୟ ୫ହଜାରରୁ ଅଧିକ ବୁଣାକାରଙ୍କୁ ନେଇ ଗଠିତ ମାଣିଆବନ୍ଧ ହାଣ୍ଡଲୁମ୍ କ୍ଲଷ୍ଟର୍ ପକ୍ଷରୁ କଟକ ରେଳ ଷ୍ଟେସନରେ ହସ୍ତତନ୍ତ୍ର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ଲୋକଙ୍କୁ ଆଉ ମାଣିଆବନ୍ଧ ଯିବାକୁ ପଡିବ ନାହିଁ ।  ଏହି ଷ୍ଟଲରେ ମାଣିଆ ବନ୍ଧ ଶାଢ଼ୀ ସହ ଧୋତି, ଡ୍ରେସ କପଡା, ଲୁଙ୍ଗି, ରୁମାଲ, ଗାମୁଛା , ଡ୍ରେସ କପଡା ବି ମିଳୁଛି । କଟକ ସହର ସମେତ ଆଖପାଖର ଗ୍ରାହକ ଏହାର ସୁଯୋଗ ନେଇ ପାରିବେ । ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୨ଟି ରେଳ ଷ୍ଟେସନରେ ଓଏସ୍ଓପି ଷ୍ଟଲସ୍ ଚାଲିଛି । ସେସବୁ ଷ୍ଟେସନରେ ସ୍ଥାନୀୟ କାରିଗରଙ୍କ ଉତ୍ପାଦ ପ୍ରଦର୍ଶିତ ହେଉଛି ।

nis-ad
Leave A Reply

Your email address will not be published.