ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା…

ସ_files-116

ହାଇଦ୍ରାବାଦ: ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା। ବସଟି ହାଇଦ୍ରାବାଦରୁ ଚିତ୍ତୋର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚାଳକଙ୍କୁ ନିଦ ଲାଗିବାରୁ ସେ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ବସଟି ଓଲଟି ପଡ଼ିଥିଲା। ଅନ୍ୟ ଯାତ୍ରୀମାନେ ବସ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ବି ଜଣେ ମହିଳାଙ୍କ ହାତ ଫସିଯିବାରୁ ସେ ବାହାରକୁ ଆସିପାରିନଥିଲେ। ଏହା ଫଳରେ ବସରେ ଲାଗିଥିବ‌ା ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି।
ପୁଲିସର କହିବା ମୁତାବକ, ଶନିବାର ଭୋର ୩ଟାରେ ଜଗନ୍ ଆମାଜନ ଟ୍ରାଭେଲ ବସ୍ ହାଇଦ୍ରାବାଦରୁ ଚିତ୍ତୋର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଡ୍ରାଇଭର ଶୋଇପଡିବାରୁ ବସ୍ ଓଲଟି ପଡିଥିଲା। ବସ ଓଲଟିବା ପରେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇ ପଡ଼ିଥିଲେ। ଜଣେ ମହିଳାଙ୍କ ହାତ ବସ ଭିତରେ ଫସି ଯାଇଥିବାରୁ ସେ ତଳକୁ ଓହ୍ଲାଇ ପାରିନଥିଲେ। ଏହା ଫଳରେ ବସରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ୍ୟୁ ହୋଇଥିବା ମହିଳାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।

nis-ad
Leave A Reply

Your email address will not be published.