ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…

wrew

ସୁବର୍ଣ୍ଣପୁର : ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବ୍ରିଜ ତଳେ ଥିବା ମ୍ୟାନ ହୋଲରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେଉଳପଦର-ପୁଅ ରାସ୍ତାରେ ଥିବା ସେତୁର ମ୍ୟାନହୋଲ ଭିତରେ ମହିଳାଙ୍କ ମୃତଦେହ ପଡିଥିବା ଦେକିବାକୁ ମିଳିଛି । ସଂପୃକ୍ତ ଅଞ୍ଚଳରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମ୍ୟାନହୋଲ୍ ଭିତରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତ ମହିଳାଙ୍କ ପରଚୟ ମିଳିପାରିନାହିଁ । କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା ମେଣ୍ଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.