ହାତୀ ଆକ୍ରମଣରେ ଯୁବକ ମୃତ…

elephant-attack

ଢେଙ୍କାନାଳ : ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଚାଉଳିଆ ଗାଁର ବ୍ରହ୍ମାନନ୍ଦ ନାଏକ । ଆଜି ସକାଳେ ବ୍ରହ୍ମାନନ୍ଦ ଧାନବିଲକୁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ ।

ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀଟି କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଘୁରିବୁଲୁଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଦନ୍ତାହାତୀଟିକୁ ଅନ୍ୟତ୍ର ଘଉଡାଇବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

nis-ad
Leave A Reply

Your email address will not be published.