ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟଙ୍କର ହସପିଟାଲ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା କୁହାଗଲା । ତାଙ୍କ ମୃତ୍ୟୁ ଖବର ଶୁଣି ଦିଲୀପଙ୍କ ସାତ ମାସର ଗର୍ଭବତୀ ପତ୍ନୀ ଆତ୍ମହତ୍ୟା କରିଦେଲେ । ଏପଟେ ଗତକାଲି ରାତିରେ ଜଣାପଡ଼ିଲା ଯେ ଦିଲୀପ ନୁହେଁ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ହୋଇଛି ଓ ଦିଲୀପ ବଞ୍ଚିଛନ୍ତି । ଚିହ୍ନଟରେ ତ୍ରୁଟି ଯୋଗୁଁ ଦିଲୀପଙ୍କ ଘରକୁ ଜ୍ୟୋତିଙ୍କ ମୃତଦେହ ପଠାଇ ଦିଆଯାଇଥିଲା । ତେବେ ବିସ୍ଫୋରଣରେ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ମୃତଦେହ ଦିଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କୁହାଯାଇଛି ।