କିଛି ଦିନ ପୂର୍ବେ ସେ ଜ୍ୱର ସହ କାଶ ରେ ପିଡିତଥିଲେ । ଦୁଇ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ହେଲେ ପୁଣି ତାଙ୍କର କିଡନୀ ଜନିତ ସମସ୍ୟା ବାହାରିଥିବା ରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ପୂର୍ବରୁ ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାବେଳେ, ଗୁରୁତର ଅବସ୍ଥାରେ ୨୦୨୨ ଅଗଷ୍ଟ ୨୫ ତାରିଖରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଠିକ ହେବାରୁ ତାଙ୍କୁ ଅଗଷ୍ଟ ୨୯ ତାରିଖରେ ଡିସଚାର୍ଜ କରାଯାଇଥିଲା ।