ଚିଲିକାରେ ପକ୍ଷୀ ଗଣନା ଆରମ୍ଭ…

download (1)

ଖୋର୍ଦ୍ଧା : ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍‌ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍‌ ଜଳ ଭାଗରେ, ୨ଟି ଟିମ୍‌ ସ୍ଥଳଭାଗରେ ପକ୍ଷୀ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍‌,ବାଲୁଗାଁରେ ୫ଟି ଟିମ୍‌,ସାତପଡ଼ାରେ ୩ଟି ଟିମ୍‌ ଓ ରମ୍ଭା ଅଞ୍ଚଳରେ ୫ଟିମ୍‌ ପକ୍ଷୀ ଗଣନା କରୁଛନ୍ତି। ପ୍ରତିବର୍ଷ ଶୀତଦିନ ଆସିଲେ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗବେରଙ୍ଗର ପକ୍ଷୀଙ୍କ ସମାଗମ ହୋଇଥାଏ। ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ। ଏହି ଆଧାରରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ନିମନ୍ତେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ଓୟୁଏଟି ଭୁବନେଶ୍ୱର ବିଶେଷଜ୍ଞ ଛାତ୍ରୀଛାତ୍ର,ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଚିଲିକାକୁ ବିଭିନ୍ନ ପ୍ରଜାତିର ୧୦,୭୪,୧୭୩ଟି ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଥିଲା।

nis-ad
Leave A Reply

Your email address will not be published.