ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଯିବାକୁ ମନାକଲେ ପୁରୀ ଶଙ୍କରାଚାର୍ଯ୍ୟ…

download

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ଏଥିପାଇଁ ‌ଜୋରସୋରରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅର୍ଥାତ ମୋଦୀ ନିଜ ହାତ‌‌ରେ ରାମଲଲାଙ୍କ ମୂର୍ତ୍ତିକୁ ଶ୍ରୀରାମ ମନ୍ଦିରର ଗର୍ଭଗୃହର ସିଂହାସନରେ ସ୍ଥାପନା କରିବେ।
ଏହି କ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀରାମ ମନ୍ଦିରର ଉଦଘାଟନ ଓ ରାମଲଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରତଲାମରେ ତ୍ରିବେଣୀ ତଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆସିଥିଲେ।
ଏହି ଅବସରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ କହିଛନ୍ତି କି, ‘ମୋଦୀ ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋର ପଦର ବି ମର୍ଯ୍ୟାଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ। ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଶାସ୍ତ୍ର ଅନୁଯାୟୀ ହେବା ଆବଶ୍ୟକ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ?
ସେମିତି ଦେଖିବାକୁ ଗଲେ ଅଯୋଧ୍ୟା ଯିବାକୁ ମୋ ପାଖକୁ ଯେଉଁ ନିମନ୍ତ୍ରଣ ପତ୍ର ଆସିଛି ସେଥିରେ ମୋ ସହିତ ଜଣେ ବ୍ୟକ୍ତିଙ୍କୁ ଯିବାରୁ ସୂଚିତ ଅଛି। ଏହାଛଡ଼ା ଏଯାବତ ମୋତେ ଅଯୋଧ୍ୟ‌ୋ ଯିବାକୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନାହିଁ। ରାମମନ୍ଦିରକୁ ନେଇ ଯେଉଁଭଳି ଭାବେ ରାଜନୀତି ଚାଲିଛି ‌ମୁଁ ତାହାକୁ ପସନ୍ଦ କରୁନାହିଁ। ଏହି କାରଣରୁ ମୁଁ ଅଯୋଧ୍ୟା ଯିବି ନାହିଁ। ’

nis-ad
Leave A Reply

Your email address will not be published.