ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ

1

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ ଲଢ଼ିପାରେ। ସେଥିମଧ୍ୟରୁ ପ୍ରାୟ ୨୫୦ ଟି ଆସନ ସେହି ରାଜ୍ୟରେ ଅଛି ଯେଉଁଠାରେ କଂଗ୍ରେସ ଏକାକୀ ଲଢିପାରିବ । ୯ଟି ରାଜ୍ୟରେ ପ୍ରାୟ ୭୫ଟି ଆସନ ରହିଛି ଯେଉଁଠାରେ କଂଗ୍ରେସ ସହଯୋଗୀ ଦଳମାନଙ୍କ ସହ ମେଣ୍ଟ କରିଛି।
ସୂତ୍ରରୁ ପ୍ରକାଶ ଯେ କଂଗ୍ରେସର ମେଣ୍ଟ କମିଟି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲୋକସଭା ଆସନଗୁଡ଼ିକ ଉପରେ ନିଜର ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ରାଜ୍ୟ ୟୁନିଟ୍ ଗୁଡ଼ିକ ସହ ଆଲୋଚନା କରିଥିବା କଂଗ୍ରେସର ଜାତୀୟ ମେଣ୍ଟ କମିଟି ଆସନ୍ତାକାଲି (ବୁଧବାର, ଜାନୁଆରୀ ୩) ଦଳର ସଭାପତି ଖାର୍ଗେଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହାପରେ କଂଗ୍ରେସ ନେତୃତ୍ୱ ଆସନ ବଣ୍ଟନ ନେଇ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିବେ।
ଏହି ଫର୍ମୁଲା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ କୌଣସି ଦଳ ସହ ମେଣ୍ଟ କରିବ ନାହିଁ କଂଗ୍ରେସ । ଅର୍ଥାତ୍ ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ । ସେହିପରି ପଂଜାବରେ କଂଗ୍ରେସ ଓ ଆପ ଅଲଗା ଅଲଗା ଲଢିବେ । ଉତ୍ତରପ୍ରଦେଶରେ ୮ରୁ ୧୦ଟି ଆସନରେ ଲଢିବ କଂଗ୍ରେସ ଓ ସମାଜବାଦୀ ପାର୍ଟି ୬୫ଟି ଆସନରେ ଲଢିବ । ମହାରାଷ୍ଟ୍ରରେ କଂଗ୍ରେସ ୧୮, ଶିବସେନା (ଉଦ୍ଧବ) ଓ ଏନସିପି ୧୫ଟି ଲେଖାଏଁ ଆସନରେ ଲଢିବେ ।

nis-ad
Leave A Reply

Your email address will not be published.