ଶନିବାର ଦିନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୯୭ ଥିବା ବେଳେ ଆଜି ଏହି ସଂଖ୍ୟା ୪,୩୦୯କୁ ବୃଦ୍ଧି ପାଇଛି ବୋଲି ଆଜି ସକାଳ ୮ଟାରେ ‘ଅପ୍ଡେଟ୍’ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଉଲ୍ଲେଖ ଅଛି।
ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ କେରଳ, କର୍ଣ୍ଣାଟକ ଓ ବିହାର ରାଜ୍ୟରେ ଜଣେ ଲେଖାଏଁ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଶୁକ୍ରବାର ସୁଦ୍ଧା ଦେଶର ୯ଟି ରାଜ୍ୟରୁ ୧୭୮ଜଣ କୋଭିଡ୍-୧୯ ଭୂତାଣୁର ଉପପ୍ରଜାତି ‘ଜେଏନ୍.୧’ଦ୍ବାରା ଆକ୍ରାନ୍ତ ହୋଇଥିବା ରିପୋର୍ଟ କରାଯାଇଛି। ଗୋଆରେ ସର୍ବାଧିକ ୪୭ଜଣ ଓ କର୍ଣ୍ଣାଟକ ୪୧ଜଣ ‘ଜେଏନ୍.୧’ ଆକ୍ରାନ୍ତ ଚିହ୍ନଟ କରାଯାଇଛି।
୨୦୨୦ ଜାନୁଆରିରୁ ଦେଶରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶରେ ୪,୫୦,୧୩,୨୭୨ଜଣ ସଂକ୍ରମିତ ହୋଇଥିବା ବେଳେ ୫,୩୩,୩୬୧ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ସମ୍ପ୍ରତି ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ବି ସୁସ୍ଥତା ହାର ୯୮.୮୧% ରହିଛି। ପ୍ରାରମ୍ଭରୁ ଏଯାବତ୍ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ୪,୪୪,୭୫,୬୦୨ଜଣ ସୁସ୍ଥ ହୋଇସାରିଛନ୍ତି।
ସେହିପରି, ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ସମୁଦାୟ ୨୨୦.୬୭ କୋଟି ଡୋଜ୍ କୋଭିଡ୍-୧୯ ନିରୋଧୀ ଟିକା ଦିଆ ସରିଲାଣି।