ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

srew

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ ।

ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୨୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଜଗନ୍ନାଥ ମହାପ୍ରଭୁଙ୍କ ଏହି ବିଶାଳକାୟ ପ୍ରତିକୃତିରେ ବ୍ୟବହାର ହୋଇଛି ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ଇତ୍ୟାଦି ।

ବାଲୁକା କଳାରେ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛି । ଏହା ସହ 2024 ନୂତନବର୍ଷକୁ ସ୍ୱାଗତ କରିବାକୁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକାକଳା ରେ ଜୟ ଜଗନ୍ନାଥ ଲେଖିଛନ୍ତି ।

nis-ad
Leave A Reply

Your email address will not be published.