‘ତେହେରିକ୍-ଏ-ହୁର୍ରିୟତ’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କେନ୍ଦ୍ର ସରକାର…

ସ_files-210-750x430

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି।

ଅମିତ ଶାହା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ତେହେରିକ-ଏ-ହୁର୍ରିୟତକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭ (ୟୁଏପିଏ) ଅନୁଯାୟୀ ‘ଆତଙ୍କବାଦୀ ସଂଗଠନ’ ଘୋଷଣା କରାଯାଇଛି। ଜମ୍ମୁ-କଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ଶାସନ ଲାଗୁ କରିବା ପାଇଁ ଏହି ସଂଗଠନ ନିଷେଧ କାର୍ଯ୍ୟକଳାପରେ ଜଡିତ ଅଛି। ଏହି ସଂଗଠନ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଅଟକାଇ ଦିଆଯିବ।

nis-ad
Leave A Reply

Your email address will not be published.