କାର-ବାଇକ ମୁହାଁମୁହିଁ ଧକ୍କା, ଜଳିଗଲା କାର, ୪ ଗୁରୁତର

Screenshot-2023-12-31-172003-750x430-1

ନୟାଗଡ: କାର୍‌ ସହ ପିଟି ହେଲା ବାଇକ୍‌ । ହୁତୁହୁତୁ ହୋଇ ଜଳି ଉଠିଲା କାର୍ । ଘଟଣାରେ ଚାରି ଜଣ ଗୁରୁତର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ ।

ସୂଚନା ମୁତାବକ, ଆଜି ଛତିଶଗଡ ର ଚାରି ଜଣ ବ୍ୟକ୍ତି ପୁରୀ କୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଉଥିଲେ । ଏହି ସମୟରେ କାର୍‌ଟି ଦ୍ରୁତ ଗତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ, ଜାମୁସାହି ନିକଟ ରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ କାର୍ ରେ ନିଆଁ ଲାଗିଯାଇଥିଲା ।

ଦୁର୍ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଆବଶ୍ୟକ ପଦକ୍ଷେପ ପାଇଁ ସେମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ସେବାକୁ ମଧ୍ୟ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ଅଗ୍ନିଶମ ବାହୀନି ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଘନ କୁହୁଡ଼ି ଯୋଗୁଁ ଭଲ ଭାବେ ରାସ୍ତା ନ ଦେଖାଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ କାର ରେ ଲାଗିଥିବା ନିଆଁ କୁ ଅଗ୍ନିଶମ କର୍ମଚାରୀଙ୍କ ଏକ ଟିମ୍ ଅଧ ଘଣ୍ଟା ଚେଷ୍ଟା କରିବା ପରେ ଆୟତ୍ତ କରିଥିଲେ ।

nis-ad
Leave A Reply

Your email address will not be published.