ଗାୟକ ଓ ଗୀତିକାର ଅଖୁ ଅପହୃତ…

Akhu_1703844261

ମଣିପୁରର ଜଣାଶୁଣା ଗାୟକ ଓ ଗୀତିକାର ଅଖୁ ଚିଙ୍ଗଙ୍ଗବମଙ୍କୁ ଅପହରଣ କରାଯାଇଛି। କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିବା ନେଇ ଶୁକ୍ରବାର ଜାତୀୟ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି।

ମିଳଥିବା ସୂଚନା ଅନୁଯାୟୀ, ତାଙ୍କ ମା’ ଓ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଅପହରଣ କରିଥିଲେ ସଶସ୍ତ୍ର ଦୁର୍ବୃତ୍ତମାନେ।

ଅଖୁ ଚିଙ୍ଗଙ୍ଗବମଙ୍କ ଘର ଇମ୍ଫାଲ ଇଷ୍ଟର ଖୁରାଇ ଅଞ୍ଚଳରେ। ସେ ଏକାଧାରରେ ଜଣେ ଗାୟକ ଓ ଗୀତିକାର ହୋଇଥିବା ବେଳେ ତାଙ୍କର ‘ଇମ୍ଫାଲ୍ ଟକିଜ୍’ ନାଁରେ ଏକ ରକ୍ ବ୍ୟାଣ୍ଡ୍ ଅଛି।

ମେ’ ୩ରୁ ମଣିପୁରରେ ହିଂସା ଜାରି ରହିଛି। ଦୁଇ ସଂପ୍ରଦାୟ- ମୈତେଇ ଓ କୁକି ମଧ୍ୟରେ ଚାଲିଛି ଲଢ଼େଇ।

nis-ad
Leave A Reply

Your email address will not be published.