ହାଇଟେକ୍‌ ମେଡ଼ିକାଲରେ ବିସ୍ଫୋରଣ : ଫାଟିଲା ଅକ୍ସିଜେନ ସିଲିଣ୍ଡର, ୪ ଆହତ…

GChHYy3aYAAuppI

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ହସ୍ପିଟାଲ ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ବିସ୍ଫୋରଣରେ ୩ରୁ ୪ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.