ପଶ୍ଚିମବଙ୍ଗର ଡିଜିପି ହେଲେ ବିବାଦୀୟ ଆଇପିଏସ୍ ଅଧିକାରୀ ରାଜୀବ କୁମାର, ବିଜେପିର ବିରୋଧ…

download

କୋଲକାତା: କୋଲକାତାର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ଡିଜି ମନୋଜ ମାଲବ୍ୟଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ମାଲବ୍ୟ ଗୁରୁବାର ଅବସର ଗ୍ରହଣ କରିଛନ୍ତି ।
ବୁଧବାର ପଶ୍ଚିମବଙ୍ଗର କ୍ୟାବିନେଟ୍ ବୈଠକରେ ରାଜୀବଙ୍କ ନିଯୁକ୍ତି ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଏକ ସରକାରୀ ବିଜ୍ଞପ୍ତିରେ ରାଜୀବଙ୍କ ନିଯୁକ୍ତି ଘୋଷଣା କରାଯାଇଥିଲା । ରାଜୀବ ଏହା ପୂର୍ବରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିଲେ।
ଗୋଟିଏ ସମୟରେ ରାଜୀବଙ୍କୁ ନେଇ କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପରିକି ଏହି ବିବାଦ ଚାଲିଥିବା ସମୟରେ ମମତା ଧାରଣାରେ ବସିଥିଲେ।
ତେବେ ମମତାଙ୍କ ଘନୀଷ୍ଠ ମନେକରାଯାଉଥିବା ରାଜୀବଙ୍କୁ ଡିଜିପି କରାଯିବାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ଆଗକୁ ନିର୍ବାଚନ ଥିବାବେଳେ ଏହି ନିଯୁକ୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି କହିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ୨୦୧୯ ରେ ଶରଧା ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ବେଳେ ତାହାକୁ ବାଟବଣା କରିବାକୁ ରାଜୀବ ଉଦ୍ୟମ କରିଥିଲେ।

nis-ad
Leave A Reply

Your email address will not be published.