୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ସାମ୍ ପିଟ୍ରୋଡା

27_12_2023-sam_pitroda_23614601-750x430

ନୂଆଦିଲ୍ଲୀ: କିଛିଦିନ ତଳେ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ଆଉ ତେଲେଙ୍ଗାନାକୁ ଛାଡି ଅନ୍ୟ ୩ଟି ରାଜ୍ୟରେ ବିଜେପି ବିଜୟ ହୋଇଥିଲା | ତେବେ ଏହାପରେ କଂଗ୍ରେସ ନେତାମାନେ ଇଭିଏମ ଉପରେ ଦୋଷ ଲଦିଥିଲେ | ଇଭିଏମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେମାନେ କହିଥିଲେ | ତେବେ ଇଭିଏମକୁ ନେଇ କଂଗ୍ରେସ ପୁଣି ଥରେ ପ୍ରଶ୍ନ ଉଠାଇଛି। କଂଗ୍ରେସ ନେତା ସାମ୍ ପିଟ୍ରୋଡା ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଯେ ଯଦି ଇଭିଏମର ସମସ୍ୟାକୁ ଠିକ ନ କରାଯାଏ, ତେବେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ୪୦୦ ରୁ ଅଧିକ ସିଟ୍ ଜିତିପାରିବ।
ସେ ଏକ ସାକ୍ଷାତକାରରେ ପିଟିଆଇକୁ କହିଛନ୍ତି ଯେ ୨୦୨୪ ନିର୍ବାଚନ ଭାରତର ଭାଗ୍ୟ ନିର୍ଣ୍ଣୟକାରୀ ହେବ। ବାସ୍ତବରେ ନିର୍ବାଚନ ଆୟୋଗ ସବୁବେଳେ ଇଭିଏମ୍ ଉପରେ ଥିବା ଆଶଙ୍କାକୁ ଖାରଜ କରି ଦେଇଛନ୍ତି । ତେବେ କଂଗ୍ରେସ ସମେତ କିଛି ବିରୋଧୀଦଳ ନେତା ବାରମ୍ବାର ଇଭିଏମ୍‌ର ଟାମ୍ପରିଙ୍ଗ ପ୍ରସଙ୍ଗ ଉଠାଇଛନ୍ତି। ଆଉ ଏବେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଜୋରସୋରରେ ପ୍ରସ୍ତୁତି କରୁଥିବାବେଳେ ସାମ୍ ପିଟ୍ରୋଡା କହିଛନ୍ତି ଯେ ଯଦି ଇଭିଏମ୍ ସହ ଜଡିତ ସମସ୍ୟାର ସମାଧାନ ନହୁଏ ତେବେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ୪୦୦ ରୁ ଅଧିକ ସିଟ୍ ଜିତିପାରିବ। ସାମ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ନିର୍ବାଚନ ଭାରତର ଭାଗ୍ୟ ସ୍ଥିର କରିବ।

nis-ad
Leave A Reply

Your email address will not be published.