ଶ୍ରୀମନ୍ଦିରରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; ସ୍ବତନ୍ତ୍ର ବାଟାଲିୟନ୍କୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ, ମୁତୟନ ହେବେ ୧୧୯୦ ସୁରକ୍ଷାକର୍ମୀ…
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ଅତୀତରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ବିଗତ ଦିନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ କାରଣରୁ ଦଳଚକଟା ପରିସ୍ଥିତି ଦେଖାଯାଇଛି। ଭିଡ଼ ଭିତରେ ଭକ୍ତମାନେ ଆହତ ମଧ୍ୟ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବାଟାଲିୟନ୍ ମୁତୟନ ହେବା ଦ୍ବାରା ଉଭୟ ଭକ୍ତ ଓ ସେବାୟତ ଉପକୃତ ହେବେ ବୋଲି ଆଶା କରାଯାଉଛି।