ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ…

salepur-2

ସାଲେପୁର : ଦୁଇଜଣଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । କଟକ ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଅସ୍ରଫ୍ ଅହମ୍ମଦଙ୍କ ଝିଅ ସାଫିଆ ଖାତୁନ୍ ଓ ରାଜେଶ ସାହାନିଙ୍କ ଝିଅ ନନ୍ଦିନୀ କୁମାରୀ ।

ଦୁଇଜଣ ପଞ୍ଚାୟତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର । ପରେ ପୋଖରୀରୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁଇ ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.