ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର…

attack-4

ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି ରାଜଧାନୀରେ ପୁଣି ବୁଲିଲା ଖଣ୍ଡା।

ଗତକାଲି ଏୟାରପୋର୍ଟ ଥାନା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ପାଖାପାଖି କୋଡିଏ ରୁ ତିରିଶି ଜଣ ଯୁବକ ସଙ୍ଘବଦ୍ଧ ଭାବରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖବର ଏବେ ସାମ୍ନାକୁ ଅରସିଛି । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଯଥା ଖଣ୍ଡା ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଦୁଇ ଯୁବକଙ୍କୁ । ଆକ୍ରମଣରେ ମଦନ ମହାରଣା ଓରଫ ଶିବା ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଅଳ୍ପ ଆହତ ହୋଇଥିବ ସୂଚନା ମିଳିଛି ।

ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଆଗରୁ ଉଭୟ ଆକ୍ରମଣକାରୀ ଓ ଶିବା ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ବାରମ୍ବାର ଝଗଡା ଗଣ୍ଡଗୋଳ ଲାଗିରହିଥିଲା। ଏୟାରପୋର୍ଟ ଅଞ୍ଚଳରେ ଶିବା ଗୋଟିଏ ଗ୍ୟାରେଜ କରିଥିବାବେଳେ ସେହି ଗ୍ୟାରଜ ନିକଟରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ବସି ମଦ ପିଉଥିଲେ। ଶିବା ଏସବୁକୁ ବିରୋଧ କରିବାରୁ ସେମାନେ ସଙ୍ଘ ବଦ୍ଧ ଭାବରେ ଆକ୍ରମଣ କରିିଥିଲେ ।

ଏପଟେ କିନ୍ତୁ ପୋଲିସ କହିବା ଅନୁସାରେ ଶିବା ନାଁ ରେ ପୂର୍ବରୁ ଅନେକ ମାମଲା ବିଭିନ୍ନ ଥାନାରେ ରହିଛି । ଗତକାଲି ଶିବା ଅପରପକ୍ଷ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲା ଏବଂ ଖଣ୍ଡା ବୁଲାଇ ଆସିବା ବେଳେ, ଆକ୍ରମଣକାରୀ ଗୋଷ୍ଠୀ ଶିବାର ଖଣ୍ଡା ହିଁ ଶିବାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଶିବା ଗୁରୁତର ହୋଇ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ଅନ୍ୟ ଜଣେ ଯୁବକକୁ ପୋଲିସ ନିଜ ହିପାଜତକୁ ନେଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।

nis-ad
Leave A Reply

Your email address will not be published.