ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ…

crime-1

ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ଜଙ୍କିଆ ଥାନା ପୋଲିସ ।

ଖବର ଅନୁଯାୟୀ, ବିଲରେ ପଡ଼ିଥିବା ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟା ପାପୁଲିକୁ ଜବତ କରିଛି । କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଓ ଏହାକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଛି। ତେବେ ଏହା କାହାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

nis-ad
Leave A Reply

Your email address will not be published.