ନୂଆବର୍ଷ ପୂର୍ବରୁ କମିସନରେଟ ପୋଲିସ ଜାରି କଲା ନୂଆ ଗାଇଡ୍ ଲାଇନ

DCP

ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ସେହିପରି କମିସନରେଟ ପୋଲିସର କଡ଼ା ଚେତାବନୀ ଦେଇଛି । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି ।

ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି। ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା । ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ ।

nis-ad
Leave A Reply

Your email address will not be published.