କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ

swiming

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ଯୋଗାସନ ଚାମ୍ପିୟନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଅଧିକ ପ୍ରତିଯୋଗୀ, ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ । ଏହାସହ ସନ୍ତରଣ ଚାମ୍ପିୟନସିପରେ ୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ହଜାରେରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ , ୨ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ ।

୩ଦିନ ଦିନ ଧରି ଚାଲିଥିଲା ଏହି ଚାମ୍ପିୟନସିପ । ସୁଇମିଙ୍ଗରେ ଚଣ୍ଡିଗଡ଼ ୟୁନିଭର୍ସିଟି ଚମ୍ପିୟାନ ହୋଇଥିବା ବେଳେ ଆଡାମାସ ୟୁନିଭର୍ସିଟି ରନର୍ସ ଅପ୍, ପଞ୍ଜାବ ୟୁନିଭର୍ସିଟି ସେକେଣ୍ଡ ରନର୍ସ ଅପ୍ ହୋଇଥିଲା । ସେହିଭଳି କିଟ୍ ପକ୍ଷରୁ ସମସ୍ତ ଖେଳାଳି, କୋଚ ଓ ଅଫିସିଆଲ୍ସଙ୍କ ରହିବା, ଖାଇବା ଆଦିର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ , ଏଆଇୟୁର ପର୍ଯ୍ୟବେକ୍ଷକ ସ୍ପୋର୍ଟ୍ସ ଡିଭିଜନ ଡ଼କ୍ଟର ଗୌରଭ ରାୟ, କିସ ବିଶ୍ୱ ବିଦ୍ୟାଳୟର ଭାଇସ ଚାନସଲର୍ ପ୍ରଫେସର ଦୀପକ କୁମାର ବେହେରା, ଜିଏଫ ହେଡ଼ କୋଚ୍ ଧନସୁଖ ଖଗତାରା, ବିହାର ଭଲିବଲ ଆସୋସିଏସନ ମେମ୍ବର ନୀଲ କମଲ ରୟ, କିସ ସ୍ପୋର୍ଟସ ଡେପୁଟି ଡାଇରେକ୍ଟର ରୁଦ୍ର କେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଯୋଗାସନ ଚାମ୍ପିୟନସିପରେ ଚାମ୍ପିୟନ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

nis-ad
Leave A Reply

Your email address will not be published.