ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ

MAO-4-1

ସୁନ୍ଦରଗଡ : ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର।

ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ପାଉଥିବା ହେତୁ ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ (PLFI) ଏପରି ପୋଷ୍ଟର ମାରି ଜିଲ୍ଲା ପ୍ରଶାସନକୁ ଚେତାଇ ଦେଇଛି । ଆସନ୍ତା ତିନି ମାସ ଭିତରେ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତାହେଲେ ଏଥିପାଇଁ ନିଜେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବର ନାମରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସଂଗଠନର ଗତିବିଧି ରହିଥିଲା ।

nis-ad
Leave A Reply

Your email address will not be published.