ରଜୌରୀ ଆତଙ୍କୀ ହାମ୍‌ଲା: ୫ଯବାନ ସହିଦ୍, ଆମେରିକା ନିର୍ମିତ ରାଇଫଲ ବ୍ୟବହାର କରିଥିଲେ ଆତଙ୍କବାଦୀ

ସ_files-129

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବ‌ା ରଜୌରୀରେ ଗତକାଲି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୫ଜଣ ଯବାନ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ତେବେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଆମେରିକା ନିର୍ମିତ ଏମ୪ କାର୍ବାଇନ୍ ରାଇଫଲ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି।

ଲସ୍କର-ଏ-ତଇବାର ଶାଖା ଭାବେ ଜଣାଶୁଣା ‘ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ’ ଏହି ଆକ୍ରମଣ କରିଥିବା ଦାବି କରିଛି। ଏମ୪ କାର୍ବାଇନ୍ ହେଉଛି ହାଲୁକା, ଗ୍ୟାସ୍ ଚାଳିତ ଓ ମାଗାଜିନ୍ ବ୍ୟବହୃତ କାର୍ବାଇନ୍ ଯାହାକୁ ୧୯୮୦ଦଶକରେ ଯୁକ୍ତରାଷ୍ଟ୍ରରେ ବିକଶିତ କରାଯାଇଥିଲା। ଏହା ହେଉଛି ଆମେରିକୀୟ ପଦାତିକ ସେନା ବ୍ୟବହାର କରୁଥିବା ଅସ୍ତ୍ର ଏବଂ ୮୦ରୁ ଅଧିକ ଦେଶ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

ତେବେ ଏହା ପ୍ରଥମ ନୁହେଁ, ୨୦୧୬ପରଠାରୁ ସୁରକ୍ଷା ବାହିନୀ ଏହି ଅଞ୍ଚଳର ନିହତ ଜୈଶ-ଏ-ମହମ୍ମଦ (ଜେଇମ) ଆତଙ୍କବାଦୀଙ୍କଠାରୁ ଚାରିଟି ଏମ୪ ରାଇଫଲ ଜବତ କରିଛି। ଅନ୍ୟପକ୍ଷରେ ଜମ୍ମୁ କଶ୍ମୀରର ରଜୌରୀ-ପୁଞ୍ଚ ସେକ୍ଟରରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ପାକିସ୍ତାନ ଚେଷ୍ଟା କରୁଥିବା ଜଣାପଡ଼ିଛି। କାରଣ ପ୍ରାୟ ୨୫-୩୦ ପାକିସ୍ତାନୀ ଆତଙ୍କବାଦୀ ଏହି ଅଞ୍ଚଳର ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

କୁହାଯାଉଛି ଯେ, ପାକିସ୍ତାନ ଏବଂ ଚୀନ୍ ମିଶି ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବା ପାଇଁ ଯୋଜନା କରୁଛନ୍ତି। ଏଭଳି ହେଲେ ଲଦାଖ ସେକ୍ଟରରୁ ଭାରତୀୟ ସେନାକୁ ହଟାଯାଇ ଏହି ଅଞ୍ଚଳରେ ନିୟୋଜିତ କରାଯିବ। ଏଥିପାଇଁ ଭାରତୀୟ ସେନା ଉପରେ ଚାପ ପ୍ରୟୋଗ କରାଯାଉଥିବା ଦାବି କରାଯାଉଛି।

nis-ad
Leave A Reply

Your email address will not be published.