୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦିଆଯିବାର ଯୋଜନା ନାହିଁ : କେନ୍ଦ୍ର

gas

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତକାଳୀନ ଅଧିବେଶନ ସମୟରେ ସରକାର ରାଜ୍ୟସଭାରେ କହିଥିଲେ ଯେ ରାଜସ୍ଥାନରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବାକୁ ତାଙ୍କର କୌଣସି ଯୋଜନା ନାହିଁ। ଭାରତ ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ରାଜ୍ୟସଭାରେ ପ୍ରଶ୍ନକାଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି।
ରାଜ୍ୟସଭାରେ ସାଂସଦ ଜାଭେଦ ଅଲ୍ଲୀ ଖାଁ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ସରକାର ନିକଟରେ ରାଜସ୍ଥାନରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି କି? ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି କି ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଉଭୟ ପ୍ରଶ୍ନର ଲିଖିତ ଉତ୍ତରରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଏଭଳି କୌଣସି ଘୋଷଣାକୁ ଅସ୍ୱୀକାର କରି କହିଛନ୍ତି, ରାଜସ୍ଥାନରେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇଦେବାକୁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର କଥା ଉଠିଲା କିପରି ? ପ୍ରକୃତ କଥା ହେଉଛି ନିକଟରେ ଅନୁଷ୍ଠିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଉଭୟ କଂଗ୍ରେସ ଓ ବିଜେପି ଶସ୍ତାରେ ଏଲିପିଜି ସିଲିଣ୍ଡର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ମଧ୍ୟ ଉଜ୍ଜଳା ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ପ୍ରଦାନ ପାଇଁ ଘୋଷଣା କରିଥିଲା । କିନ୍ତୁ ଏବେ ବିରୋଧୀ ଦଳମାନେ ବିଜେପିକୁ ସେହି ପ୍ରତିଶ୍ରୁତି କଥା ମନେପକାଇ ଦେଇଛନ୍ତି ।

nis-ad
Leave A Reply

Your email address will not be published.