ବୁଖାରୀଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରିବ STF , ସେପଟେ ଚାକିରିରୁ ନିଲମ୍ବିତ ହେଲେ ସ୍ତ୍ରୀ…

terrorist-1

ଯାଜପୁର: ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କି ସୟଦ ଇଶାନ ବୁଖାରୀ ଗିରଫ ଘଟଣା, ବୁଖାରୀର ପତ୍ନୀ ସାଇନାଜ ପରବିନଙ୍କୁ ନିଲମ୍ବିତ କଲେ ଘରୋଇ ସ୍କୁଲ ଅଧ୍ୟକ୍ଷ, ସାଇନାଜ ନେଉଳପୁର ସ୍ଥିତ ମିଲତନଗର ସେଣ୍ଟ ଜାଭିୟର ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାମୀ ବୁଖାରୀର ଆତଙ୍କୀ କାର୍ଯ୍ୟକଳାପ ଜଣାପଡିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ସୂଚନା।

ସନ୍ଦିଗ୍ଧ ଟେରର ଲିଙ୍କରେ ଥିବା କାଶ୍ମୀର ଯୁବକକୁ ସାତ ଦିନ ରିମାଣ୍ଡରେ ନେଇ ପଚରା ଉଚୁରା କରିବ STF। ଇଶାନ ଆକାଉଣ୍ଟକୁ କେଉଁଠି ଟଙ୍କା ଆସୁଥିଲା କେଉଁ ଲିଙ୍କରେ ଆସୁଥିଲା ସେ ନେଇ ତନାଘନା ହୋଇଛି। ଇଶାନ ଗିରଫ ପରେ ତଦନ୍ତ ବେଳେ ମିଛ କଥା କହି ତଦନ୍ତକୁ ବାଟବଣା କରିଥିବାରୁ ତାର ଲାଏ ଡିଟେକ୍ସନ୍ ଟେଷ୍ଟ କରିପାରେ STF। ସାୟାଦ ଇସନର ଟେରର ଫଣ୍ଡିଂ ଓ ଟେରର ଲିଙ୍କ ନେଇ ଚାଲିଛି ଖୋଳତାଡ଼। ସନ୍ଦିଗ୍ଧ ଟେରର ଲିଙ୍କରେ ଶୟଦ୍ ଇସନ ବୁଖାରି ଗିରଫ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ଆଇଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। IB ଓ NIA ଅଧିକାରୀଙ୍କ ସହ କରିଛନ୍ତି ବୈଠକ। ଭରଚୁଆଲ ମୋଡ ରେ ହୋଇଥିବା ବୈଠକ ରେ IB, NIA ସହ କାଶ୍ମୀର ଓ ପଞ୍ଜାବ ପୋଲିସ ସହ ମଧ୍ୟ ତଥ୍ୟ ଆଦାନ ପ୍ରଦାନ ହୋଇଚି।ଟେରର ଲିଙ୍କ ନେଇ ଚାଲିଛି ପ୍ରମାଣ ସଂଗ୍ରହ। CDR, ଚାଟ୍, ଡକୁମେଣ୍ଟକୁ କରାଯାଉଛି ବିଶ୍ଳେଷଣ। ତାର ବ୍ୟାଙ୍କ୍ ଆକାଉଣ୍ଟ, ଆର୍ଥିକ କାରବାରକୁ ମଧ୍ୟ ବିଶ୍ଳେଷଣ କରାଯାଉଛି। ୬ଟି ବ୍ୟାଙ୍କ୍ ଆକାଉଣ୍ଟରେ କିଛି ଟେରର ଫଣ୍ଡିଂ ନେଇ ସୁରାକ ପାଇଛି ତଦନ୍ତ କାରୀ ସଂସ୍ଥା।

ବୁଖାରୀ STF କୁ ତଦନ୍ତ ବେଳେ ଅନେକ ମିଛ କହୁଛି। ପାକିସ୍ଥାନର ଚରମପନ୍ଥି ମୁଫତି ତାରିକ ମାସୁଦ ନେଇ STF ପଚାରିବାରୁ ସେ କହିଥିଲେ ଯେ ବିବାହ ପାଇଁ ପରାମର୍ଶ ନେଉଛି। ସେହିଭଳି କେରାଳକୁ ଯୁବକ ପଠାଇବା ଘଟଣାରେ ମଧ୍ୟ ମିଛ କହୁଛି। ବାଟବଣା ପାଇଁ ଉଦ୍ୟମ କରିଥିଲା। ସେଥିପାଇଁ ହୋଇପାରେ ବୁଖାରୀର ଲାଏ ଡିଟେକ୍ସନ୍ ଟେଷ୍ଟ ବୁଖାରୀ ସବୁବେଳେ ଡେଟିଂ ଆପରେ ସକ୍ରିୟ ରହିଥିଲା। ସାତ ଜଣଙ୍କୁ ବିବାହ କରିବା ପରେ ପ୍ରାୟ ୧୨ଜଣକୁ ଅନଲାଇନ୍ ଡେଟ କରୁଥିଲା। ପାକିସ୍ତାନ, ନେପାଲର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା।ଏହି ଯୁବତୀଙ୍କୁ ଟେରର ନେଟୱର୍କରେ ସଂପୃକ୍ତ କରିଥିଲା କି ? ଏମାନଙ୍କୁ ଲଗାଇ କିଛି ତଥ୍ୟ ହାସଲ କରିଥିଲା କି ? ପାକିସ୍ତାନର ତାରିକ ମାସୁଦ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ବେଶ ଚର୍ଚ୍ଚିତ। ତା ନେଟୱର୍କରେ ଥିବା ବୁଖାରୀ ଲଭ ଜିହାଦରେ ସାମିଲ ହୋଇଥିଲା କି ? ଲକ୍ଷ୍ନୌର ଜଣେ ହିନ୍ଦୁ ଯୁବତୀକୁ ବିବାହ କରିବା ପରେ ଲଭ୍ ଜିହାଦ ନେଇ ମାମଲା ହୋଇଥିଲା।

nis-ad
Leave A Reply

Your email address will not be published.