ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ ରୁ ଅତିଥି ନିମନ୍ତ୍ରଣ…

Screenshot-2023-12-18-015256

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସୋରରେ ଲାଗିଛି । କେଉଁ ବିଶିଷ୍ଟ ବ୍ୟକ୍ତି ଅତିଥି ହେବେ, କେଉଁ ସବୁ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ ସେ ତାଲିକା ସରିଲାଣି । ଆସନ୍ତା ୨୦ ତାରିଖରୁ ଅତିଥି ନିମନ୍ତ୍ରଣ କାର୍ଯ୍ୟ ଆରମ୍ଭ ହେବ ।

ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୬୮, ଗଂଜାମରୁ ୬୦, କଟକ ଓ ଖୋର୍ଦ୍ଧାରୁ ୫୮ଟି ଲେଖାଏଁ ଜଗନ୍ନାଥ ମନ୍ଦିରକୁ ବି ନିମନ୍ତ୍ରଣପତ୍ର ପଠାଯିବ । ବଡ଼ ଅତିଥିମାନଙ୍କ ମଧ୍ୟରେ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠମାନଙ୍କରୁ ସାଧୁସନ୍ଥଙ୍କ ସହ ନେପାଳ ରାଜାଙ୍କୁ ବି ଡକାଯିବ । ଏଥିପାଇଁ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଟିମ୍ ଭାଗ ଭାଗ ହୋଇ ବାହାରିବେ । ସେମାନେ ଅତିଥିଙ୍କୁ ଏକ ଇନଭିଟେସ୍ କିଟ୍ ପ୍ରଦାନ କରିବେ । ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣପତ୍ର ସହ, ମହାପ୍ରଭୁଙ୍କ ଓ ଲାଗି ଧ୍ୱଜା, ମହାପ୍ରସାଦ ଓ ପରିକ୍ରମା ପ୍ରକଳ୍ପର ବିବରଣୀ ପୁସ୍ତିକା ସଜେଇ ରଖାଯିବ ।

nis-ad
Leave A Reply

Your email address will not be published.