ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଗାଡିରେ ନେବାକୁ କୌଣସି ଅନୁଦାନ ନଥିବାରୁ ପିଲାଙ୍କୁ ଚଲାଇ ଚଲାଇ ନେଉଥିବା କହିଛନ୍ତି ବିଷ୍ଣୁପ୍ରିୟା । ତେବେ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଲାଗି ଅଭିଭାବକମାନେ ବିଇଓଙ୍କୁ ଦାବି କରିଛନ୍ତି । ସରକାର ଶିକ୍ଷାର ମାନ ଉନ୍ନତି କରିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ଏହି ବିକଳ ଚିତ୍ର ବୟାନ କରୁଛି ଶିକ୍ଷାର ମାନଦଣ୍ଡ କେତେ ଉନ୍ନତ ।